ଅର୍ଥର ଅଭାବ ଦୂର କରିବାକୁ ଚାହୁଁଥିଲେ….

ପାଣିରେ ଭରନ୍ତୁ ସୁରେଇ- ଘରର ଉତ୍ତର ଦିଗରେ ପାଣି ଭର୍ତ୍ତି ସୁରେଇ ରଖିବା ଉଚିତ୍ । ଯଦ୍ଦ୍ୱାରା ଘରେ ଧନର ଅଭାବ ଜଣା ପଡ଼ିନଥାଏ । ସୁରେଇ ନ ଥିଲେ ମାଟିର ଛୋଟ ଘଡ଼ିରେ ପାଣି ଭରି ରଖନ୍ତୁ । ଏହାକୁ କେବେ ଖାଲି ଛାଡ଼ନ୍ତୁ ନାହିଁ । ପାଣି ସରିବା ମାତ୍ରେ ଏଥିରେ ପାଣି ଭରି ରଖନ୍ତୁ ।
ହନୁମାନଙ୍କ ମୂର୍ତ୍ତି-ଦକ୍ଷିଣ-ପଶ୍ଚିମ ଦିଗ ଭଗବାନ ହନୁମାନଙ୍କ ଦିଗ ବୋଲି ମାନିଥାନ୍ତି । ଏଥିପାଇଁ ଘରର ଦକ୍ଷିଣ-ପଶ୍ଚିମ ଦିଗରେ ଭଗବାନଙ୍କ ପଞ୍ଚମୁଖୀ ମୂର୍ତ୍ତି ଲଗାଯାଇ ନିୟମିତ ଭାବେ ପୂଜା କରନ୍ତୁ ।
ଘରେ ରଖନ୍ତୁ ପିରାମିଡ୍- ଘରେ ଯଦି ଆପଣ ପିରାମିଡ୍ ରଖୁଛନ୍ତି, ଘରର ସଦସ୍ୟଙ୍କ ଆୟବୃଦ୍ଧି ହେବାରେ ଏହା ସାହାଯ୍ୟ କରିଥାଏ । ଘରର ଯେଉଁଠି ସମସ୍ତେ ଅଧିକ ସମୟ ବିତାଉଥାନ୍ତି ସେଠାରେ ରୂପା, ପିତଳ କିମ୍ବା ତମ୍ବାର ପିରାମିଡ୍ ରଖନ୍ତୁ । ଯଦି ଏପରି କରିପାରୁନାହାଁନ୍ତି ତେବେ କାଠର ପିରାମିଡ୍ ରଖନ୍ତୁ ।
ଧାତୁରେ ତିଆରି କଇଁଛ ଓ ମାଛ-କଇଁଛ ଏବଂ ମାଛକୁ ଭଗବାନ ବିଷ୍ଣୁଙ୍କର କଇଁଛ ଏବଂ ମତ୍ସ୍ୟ ଅବତାର ବୋଲି ସମସ୍ତେ ମାନିଥାନ୍ତି । ଧାତୁରେ ତିଆରି କଇଁଛ କିମ୍ବା ମାଛକୁ ଘରେ ରଖନ୍ତୁ । ଏପରି କରିବାଦ୍ୱାରା ଘରର ସମସ୍ତ ସମସ୍ୟା ଦୂର ହୋଇଥାଏ ।
ଲକ୍ଷ୍ମୀ ଓ କୁବେରଙ୍କ ଫଟୋ-ବାସ୍ତୁ ଅନୁଯାୟୀ ଉଭୟ ସକାରାତ୍ମକ ଓ ନକାରାତ୍ମକ ଭାବ ଘରର ମୁଖ୍ୟଦ୍ୱାର ଦେଇ ପ୍ରବେଶ କରିଥାଏ । ମୁଖ୍ୟ ଦ୍ୱାରରେ
ଦେବୀ ଲକ୍ଷ୍ମୀ ଏବଂ ଭଗବାନ କୁବେରଙ୍କ ଫଟୋ ଲଗାଇଲେ ଘରେ କେବେ ପଇସାର ଅଭାବ ରହିନଥାଏ ।
ବାସ୍ତୁ ଦେବତାଙ୍କ ମୂର୍ତ୍ତି-ଘରେ ଦେଖା ଦେଉଥିବା ଅର୍ଥର ଅଭାବ ବେଳେବେଳେ ବାସ୍ତୁ ଦୋଷ ପାଇଁ ହୋଇଥାଏ । ଘରେ ବାସ୍ତୁ ଭଗବାନଙ୍କ ମୂର୍ତ୍ତି କିମ୍ବା ଫଟୋ ଲଗାଇଲେ ଘରର ସମସ୍ତ ବାସ୍ତୁ ଦୋଷ କଟିଯାଏ ଏବଂ ଘରେ ଅର୍ଥର ଅଭାବ ହୋଇନଥାଏ ।

Loading...
>