ସୂର୍ଯ୍ୟଙ୍କୁ ଅର୍ଦ୍ଧକୁ ଜଳ ଦିଅନ୍ତି କାହିଁକି ?

ଧାର୍ମିକ ମାନ୍ୟତା ଅନୁସାରେ ସୂର୍ଯ୍ୟଙ୍କୁ ଜଳ ଦେବା ବିନା ଅନ୍ନ (ଭୋଜନ) କରିବା ପାପ ଅଟେ । ଆଳଂକାରିକ ଭାଷାରେ ବେଦ କହିଛି ଯେ ସଂଧ୍ୟା ସମୟରେସୂର୍ଯକୁ ଦିଆଯାଉଥିବା ଜଳକଣା ବଜ୍ର ହୋଇ ଅସୁରମାନଙ୍କର ନାଶ କରିଥାଏ । ବିଜ୍ଞାନ ଦୃଷ୍ଟିରେ ୟେ ଅସୁର କିଏ ? ମନୁଷ୍ୟକୁ ପ୍ରତାରିତ କରିବାବାଲା ଏ ଅସୁର କିଏ ? ଏ ଅସୁର ହେଉଛି ଟାଇଫଏଡ, ନିମୋନିଆ, ରାଜଯକ୍ଷ୍ମା ।ଦି ରୋଗ ଯାହାକୁ ନଷ୍ଟ କରିବାକୁ ଦିବ୍ୟଶକ୍ତି ସୂର୍ଯ୍ୟଙ୍କକିରଣରେ ରହିଥାଏ । ଏନ୍ଥ୍ରେକ୍ସର ଭାଇରସ୍ ଯିଏକି କେତେବର୍ଷର ଶୁଷ୍କତାରେ ମରନ୍ତି ନାହିଁ ସେ ସୂର୍ଯ୍ୟଙ୍କ କିରଣରେ ଘଣ୍ଟାଏ ଦେଢ ଘଣ୍ଟା ମଧ୍ୟରେ ମରିଯାଆନ୍ତି । ହଇଜା, ନିମୋନିଆ ବସ୍ତ ଆଦିର କୀଟାଣୁ ପାଣିରେ ପକାଇ ଧୋଇଲେ ମଧ୍ୟ ମରନତି ନାହିଁ କିନ୍ତୁ ସୂର୍ଯ୍ୟଙ୍କ ପ୍ରଭାତ କାଳୀନ କିରଣରେ ହିଁ ଶୀଘ୍ର ନଷ୍ଟ ହୋଇଯାଆନ୍ତି । ସୂର୍ଯ୍ୟଙ୍କୁ ଅର୍ଦ୍ଧଦେବା ସମୟରେ ସାଧକ ଉପରେ ସୂର୍ଯ୍ୟକିରଣ ସିଧା ପଡୁଥିବା ଆବଶ୍ୟକ । ଶାସ୍ତ୍ର ଅନୁସାରେ ପ୍ରତାଃକାଳରେ ପୂର୍ବଦିଗକୁ ମୁଖକରି ତଥା ସଂଧ୍ୟା ସମୟରେ ପଶ୍ଚିମ ଦିଗକୁ ମୁଖକରି ଜଳ ଦେବା ଆବଶ୍ୟକ । ଜଳପାତ୍ର (ଲୋଟା)କୁ ନିଜର ଛାତି ସମାନରେ ରଖି ଜଳ ପକାଇବ ଓ ଲୋଟାରୁ ଜଳବାହାରୁଥିବା ସ୍ଥାନରୁ ଜଳ ସରିବା ପର୍ଯ୍ୟନ୍ତ ଏକ ଲୟରେ ଚାହିଁରିହେବ । ଏହା କରିବା ଦ୍ୱାରା ଆଖିରେ ମୋତିଆ ବିନ୍ଦୁ ହୁଏ ନାହିଁ ।

Loading...
>