ଗାଈଁ ବା ମଇଁଷି ଛୁଆ ଜନ୍ମ କରିବାର ବାରଦିନଯାଏ ଏହାର କ୍ଷୀର ସେବନ କରାଯାଏ ନାହିଁ କାହିଁକି ?

କୌଣସି ସ୍ତ୍ରୀ ଲୋକ ହେଉ ଅଥବା ଗାଈ ବା ମଇଁଷିଙ୍କର ପ୍ରସବ । ଗର୍ଭକାଳରେ ଗର୍ଭାଶୟରେ ବହୁତ ଦିନରୁ ଦୂଷିତ ରକ୍ତ, ମଜ୍ଜା ଆଦି ସଂଚିତ ରହିଥାଏ ଯାହା ପ୍ରସବ ସମୟରେ ବାହାରକୁ ବାହାରି ଆସିଥାଏ । ଏହି ଖରାପ ରକ୍ତ ସଂକ୍ରମିତ ହୋଇଥାଏ ଯାହା ଅଳ୍ପ ଅଳ୍ପ କରି ଦଶ ବା ବାରଦିନ ପର୍ଯ୍ୟନ୍ତ ବାହାରିଥାଏ । ସେହିପରି ଗାଈଁ ବା ମଇଁଷିର ଥନରୁ ବାହାରୁଥିବା ଦୁଧ ମଧ୍ୟ ସଂକ୍ରମିତ ହୋଇଥାଏ । ସଂକ୍ରାମକ ଦୁଧରେ ବିଷାଣୁ ବା ଭାଇରସ ଜନୀତ ବେମାରୀ ହୋଇପାରେ । ତେଣୁ ଗାଈଁ ବା ମଇଁଷି ପ୍ରସବର ଦଶ ବା ବାରଦିନ ପର୍ଯ୍ୟନ୍ତ ଦୁଧ ସେବନ କରିବା ଉଚିତ୍ ନୁହେଁ ।

Loading...
>