fbpx
Home Astrology ଆଜି ଆପଣଙ୍କ ପାଇଁ କେମିତି ରହିବ ?

ଆଜି ଆପଣଙ୍କ ପାଇଁ କେମିତି ରହିବ ?

ମେଷ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। କାରବାରରେ ଉନ୍ନତି ଲାଗି ନୂଆ ଅବସର ମିଳିବ। ପରିବାରରେ କୌଣସି ନୂଆ ଦାୟିତ୍ଵ ମିଳିପାରେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ଯ୍ୟଦେବ।

ବୃଷ: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ପୂର୍ବରୁ କରିଥିବା କାମ ଆଜି ପୂରା ହୋଇଯିବ। ଆପଣଙ୍କ ବ୍ୟବହାର ଲାଗି ସମସ୍ତଙ୍କ ପ୍ରିୟ ହୋଇ ପାରିବେ। ବୈବାହିକ ଜୀବନ ଠିକ୍‌ଠାକ୍‌ ରହିବ। ସ୍ୱାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

ମିଥୁନ: ଆପଣ ଖୁସ୍‌ ମିଜାଜରେ ରହିବେ। ଜୀବନସାଥୀ ଓ ବନ୍ଧୁମାନଙ୍କ ସହିତ ହାସ୍ୟକୌତୁକ କରିବେ। ପଇସା ନେଣଦେଣ ସାବଧାନତାର ସହ କରନ୍ତୁ। ବ୍ୟବସାୟରେ ଗତିବିଧି ପରିବର୍ତ୍ତନ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ସୁରେଶ୍ୱରୀ।

କର୍କଟ: ଆପଣଙ୍କର ଊର୍ଜାର ସ୍ତର ବୃଦ୍ଧି ହେବ। ବ୍ୟବସାୟରେ ତ୍ୱରିତ ଫଇସଲା ଲାଭପ୍ରଦ ହେବ। ବଜାରରେ ଅଟକିଥିବା ପଇସା ମିଳିପାରେ। ବିବାହିତ କୌଣସି ମନୋରମ ସ୍ଥାନକୁ ଭ୍ରମଣରେ ଯାଆନ୍ତୁ, ସମ୍ବନ୍ଧରେ ମଧୁରତା ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

ସିଂହ: ଦିନଟି ଆପଣଙ୍କ ଲାଗି ଅନୁକୂଳ। ଆପଣଙ୍କ କାମ ପୂରା କରିବାରେ କେହି ବାଧା ଦେଇ ପାରିବେନାହିିଁ। ବେକାରଙ୍କୁ ରୋଜଗାର ମିଳିବ। ବ୍ୟବସାୟରେ ପରିବାରର ସହଯୋଗ ମିଳିବ। ଛାତ୍ରମାନେ ଏକାଗ୍ର ଚିତ୍ତରେ ଅଧ୍ୟୟନ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ୱରୀ।

କନ୍ୟା: ଈଶ୍ୱରଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ସିମେଣ୍ଟ ଓ ଇଟା ବ୍ୟବସାୟୀଙ୍କ ପାଇଁ ଦିନଟି ଲାଭପ୍ରଦ। ଚାକିରିରେ ଉନ୍ନତି ହେବ। ପରିବାର ସମ୍ବନ୍ଧରେ କୌଣସି କାମ ପୂରା ହୋଇଯିବ। ଯାତ୍ରା ଲାଭପ୍ରଦ ହେବ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମହାଲକ୍ଷ୍ମୀ।

ତୁଳା: ଆତ୍ମସମୀକ୍ଷାରେ ସମୟ ବିତିବ। ଆପଣଙ୍କ ସହିତ ପ୍ରତାରଣା କରିଥିବା ବ୍ୟକ୍ତିଙ୍କୁ କ୍ଷମା କରି ଦିଅନ୍ତୁ। ଜମି ଦଲାଲଙ୍କୁ ଯଥେଷ୍ଟ ଲାଭ ମିଳିବ। କୌଣସି ଶୁଭ କାର୍ଯ୍ୟରେ ଧନ ଖର୍ଚ୍ଚ କରିବେ। ପରିବାର ସହିତ ଦିନଟି ଭଲରେ କଟିବ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ସୂର୍ଯ୍ୟଦେବ।

ବିଛା: ଦିନଟି ଆପଣଙ୍କ ଲାଗି ଆନନ୍ଦଉଲ୍ଲାସଭରା ରହିବ। ଚାକିରି ସମ୍ବନ୍ଧିତ ଭଲ ଖବର ପାଇବେ। ରଚନାତ୍ମକ କାର୍ଯ୍ୟରୁ ପ୍ରତିଫଳ ମିଳିବ। ବ୍ୟବସାୟ କାମରେ ବାହାରକୁ ଯିବାକୁ ପଡ଼ିପାରେ। ଛାତ୍ରଙ୍କର ଅଧ୍ୟୟନରେ ମନ ଲାଗିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

ଧନୁ: ବେପାରରେ ଉନ୍ନତି ପାଇଁ ଭଲ ଦିନଟିଏ। ପ୍ରତିଟି କ୍ଷେତ୍ରରେ ଭାଗ୍ୟ ଆପଣଙ୍କୁ ସାଥ ଦେବ। ବିରୋଧୀ କ୍ଷତି ପହଞ୍ଚାଇବା ପାଇଁ ଅସଫଳ ପ୍ରୟାସ କରିବେ। ଗରିବ ଲୋକଙ୍କୁ ସାହାଯ୍ୟ କରନ୍ତୁ, ମାନସିକ ଶାନ୍ତି ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ମକର: ସକାରାତ୍ମକ ଭାବନା ଓ ଊର୍ଜାକୁ ପ୍ରୟୋଗ କରନ୍ତୁ। ଅଫିସରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। କଳା ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷ ଭଲ ପ୍ରଦର୍ଶନ କରିବେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ। ଶୁଭରଙ୍ଗ: ମାଜେଣ୍ଡା। ଆରାଧନା: ଶ୍ରୀକୃଷ୍ଣ।

କୁମ୍ଭ: ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ। କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ନୂଆ ପରିବର୍ତ୍ତନ କରିବେ। ଅଫିସରେ ଆପଣ ସାବଧାନତା ଅବଲମ୍ବନ କରିବା ଦରକାର। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: ନୀଳ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ମୀନ: ଆପଣଙ୍କ ବିଚାର ସକାରାତ୍ମକ ରହିବ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ ବଡ଼ କାମ ଅର୍ପଣ କରିବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ବିବାହିତ ଜୀବନସାଥୀଙ୍କ କଥା ମାନି ନେଲେ ସମ୍ବନ୍ଧରେ ମଧୁରତା ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଅମ୍ବିକା।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ରାଜ୍ୟରେ ପ୍ରଥମ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ମହାମାରୀ କରୋନା ରାଜ୍ୟରେ ପ୍ରଥମ ମୁଣ୍ଡ ନେଇଛି। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ୭୨ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ତାଙ୍କ ଘର ଭୁବନେଶ୍ୱରର ଝାରପଡ଼ା ଅଞ୍ଚଳରେ। ସେ ଏପ୍ରିଲ ୪...

ରାଜଧାନୀରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ପୁଣି ଜଣେ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ତାଙ୍କ ଘର  ୟୁନିଟ୍‌ ୪ ମଧୁସୂଦନ ନଗରରେ। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଛି। ଯୁବକ ଜଣକ ବୟସ...

କେନ୍ଦ୍ରାପଡାର ୧୨ ଗାଁ ୪୮ଘଣ୍ଟା ପାଇଁ ସିଲ୍‌

କେନ୍ଦ୍ରାପଡ଼ା: କେନ୍ଦ୍ରାପଡାର ଜଣେ ୩୨ ବର୍ଷୀୟ ଯୁବକ କରୋନା ପଜିଟିଭ୍  ଚିହ୍ନଟ ହୋଇଛନ୍ତି। ଏହି ଯୁବକ ଜଣକ ଗତ ମାସ ୨୪ ତାରିଖରେ ଦୁବାଇରୁ ଫେରିଥିଲେ । ଏହି ସଂକ୍ରମିତ ଯୁବକ ଜଣକ...

ରିଲିଜ ହେଲା “ମୁସ୍କୁରାଏଗା ଇଣ୍ଡିଆ…ଫିର୍ ଜିତ ଜାଏଗା ଇଣ୍ଡିଆ’, ଭିଡିଓ ସେୟାର ବଲିଉଡ ଆକ୍ଟରଙ୍କୁ ସଲାମ ଜଣାଇଲେ ମୋଦି

ବିଶ୍ୱରେ କରୋନା ଭାଇରସର ପ୍ରକୋପକୁ ନଜର ରଖି ଫିଲ୍ମ ଜଗତର ଜଣାଶୁଣା ଅଭିନେତାଅଭିନେତ୍ରୀ ଏକଜୁଟ୍ ହୋଇଥିବା ଦର୍ଶାଇଛନ୍ତି । କରୋନାକୁ ନେଇ ଲୋକଙ୍କ ମଧ୍ୟରେ ଡରକୁ ଦୂର କରିବା ପାଇଁ "ମୁସ୍କୁରାଏଗା ଇଣ୍ଡିଆ...ଫିର୍...

Recent Comments

>