ଜାଣନ୍ତୁ କେଉଁ ଦିଗକୁ ମୁଣ୍ଡ କରି ଶୋଇଲେ ଲାଭ

ଆମ ପୁରାଣ ଏବଂ ଶାସ୍ତ୍ରରେ ସବୁ ଜରୁରୀ କାମ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ କଥା କୁହାଯାଇଛି । ଯାହାକି ପାଳନ କଲେ ଆମର ଶରୀର ଠିକ୍ ରହିବା ସହିତ ଘରେ ସୁଃଖ ଶାନ୍ତି ଏବଂ ସମୃଦ୍ଧି ବଜାୟ ରହିବ । ଶରୀର ସହିତ ଆମ ଜୀବନରେ ଶୋଇବା ମଧ୍ୟ ଏକ ଜରୁରୀ ଭାଗ । ଶୋଇବା ମାମାଲାରେ କିଛି ବି ଅବହେଳା ଶରୀର ପାଇଁ ହାନିକାରକ ହୋଇପାରେ । ଶୋଇବା ସମୟରେ ଶରୀର କେଉଁ ଦିଗକୁ ରହିବା ଉଚିତ୍ ଏବଂ ଗୋଡ଼ କେଉଁ ଦିଗକୁ ରହିବା କଥା ତାହା ବହୁତ ଜରୁରୀ ଅଟେ । ଜାଣନ୍ତୁ କେଉଁ ଦିଗକୁ ମୁଣ୍ଡ କରି ଶୋଇବା କଥା ।
ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ହାନିକାରକ
ଯଦି ଆପଣ ଆପଣଙ୍କ ମୁଣ୍ଡକୁ ଉତ୍ତର ପଟକୁ ୫-୬ଟା ପର୍ଯ୍ୟନ୍ତ ଶୋଇବେ ତେବେ ଆପଣଙ୍କ ମସ୍ତିଷ୍କରେ ଚୁମ୍ବକୀୟ ଆକର୍ଷଣ ହେବ । ଯଦି ଆପଣଙ୍କ ବୟସ ବେଶି ଏବଂ ଆପଣଙ୍କ ରକ୍ତ ଶୀରା ବହୁତ ଦୁର୍ବଳ ତେବେ ଆପଣଙ୍କୁ ରକ୍ତସ୍ରାବ ଏବଂ ସ୍ଟ୍ରୋକ୍ ହୋଇପାରେ । ଏବଂ ଯଦି ଆପଣଙ୍କ ଶରୀର ବହୁତ ଦୃଢ଼ ବା ଶକ୍ତ ତେବେ ଆପଣ ଉତ୍ତେଜିତ ବା ଚିନ୍ତାରେ ରହି ଅନିଦ୍ରା ରହିବେ, କାରଣ ଶୋଇବା ସମୟରେ ମୁଣ୍ଡ ଭିତରେ ଯେତିକି ରକ୍ତ ସଞ୍ଚାର ହେବା କଥା ତାଠାରୁ ବେଶି ହୋଇଥାଏ । ଏହି ବିଷୟରେ ଆମ ଶାସ୍ତ୍ରରେ ଲେଖା ଅଛି କି ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବା ଭଲ । ଏଭଳି କଲେ କେତେଗୁଡ଼ିଏ ରୋଗ ଭଲ ହୋଇଥାଏ । ବାତାବରଣରେ ମଧ୍ୟ ଚୁମ୍ବକୀୟ ଶକ୍ତି ଥାଏ, ଏହା ଦକ୍ଷିଣରୁ ଉତ୍ତର ଦିଗକୁ ବୋହୁଥାଏ । ଯେତେବେଳେ ଆପଣ ଦକ୍ଷିଣ ଦିଗ ଆଡ଼କୁ ମୁଣ୍ଡ କରି ଶୁଅନ୍ତି ସେତେବେଳ ଏହି ଉର୍ଜା ଆମର ମୁଣ୍ଡରୁ ଭିତରକୁ ଯାଇଥାଏ ଏବଂ ବାଳରୁ ବାହାରକୁ ଚାଲି ଆସିଥାଏ । ଏହାଦ୍ୱାରା ଆପଣଙ୍କ ଖାଇବା ହଜମ ହୋଇଥାଏ ଏବଂ ମୁଣ୍ଡ ଶାନ୍ତ ରୁହେ ।
ପାଦ କଦାପି ଦକ୍ଷିଣ ଆଡ଼କୁ କରିବେ ନାହିଁ
ଯଦି ଆପଣ ଦକ୍ଷିଣ ଆଡ଼କୁ ପାଦ ବଢ଼େଇ ଶୋଇବେ ତେବେ ଉର୍ଜା ଆପଣଙ୍କ ପାଦରୁ ଆପଣଙ୍କ ଶରୀରକୁ ଆସିବ ଯାହାଦ୍ୱାରା ଆପଣଙ୍କୁ ଠିକ୍ରେ ନିଦ ହେବନି ଏବଂ ଆପଣଙ୍କ ମାନସିକ ଚିନ୍ତା ବଢ଼ିବ । ସେଥିପାଇଁ ଶୋଇବା ସମୟରେ କଦାପି ପାଦ ଦକ୍ଷିଣ ଆଡ଼କୁ କରିବେ ନାହିଁ ।
ଯଦି ଦକ୍ଷିଣ ଆଡ଼କୁ ମୁଣ୍ଡ କରୁନାହାନ୍ତି
ଯଦି ଆପଣଙ୍କର କୋ÷ଣସି କାରଣ ପାଇଁ ଦକ୍ଷିଣ ଆଡ଼କୁ ମୁଣ୍ଡ କରିବାର ସୁବିଧା ହେଉନାହିଁ ତେବେ ମୁଣ୍ଡ ପୂର୍ବ ଦିଗକୁ କରନ୍ତୁ, କାରଣ କୁହାଯାଏ କି ପୂର୍ବ ପଟୁ ସୂର୍ଯ୍ୟ ଉଦୟ ହୋଇଥାନ୍ତି ଏବଂ ତାଙ୍କୁ ଭଗବାନ ଆମେ ମାନିଥାଉ । ଯଦି ଆପଣ ତାଙ୍କ ଆଡ଼କୁ ପାଦ କରି ଶୋଇବେ ତେବେ ତାହା ଭଗବାନଙ୍କ ଅପମାନ ହେବ । ଯାହାକି ଆପଣଙ୍କ ପାଇଁ ଅଶୁଭ ହୋଇପାରେ । ସେଥିପାଇଁ ଏହି ଦିଗକୁ ମୁଣ୍ଡ କରନ୍ତୁ ।
ଶୋଇବା ପୂର୍ବରୁ କରନ୍ତୁ ଏହି କାମ
ଯେତେବେଳେ ବା ଯେକୋ÷ଣସି ସମୟରେ ହେଉ ରାତିରେ ଶୋଇବାକୁ ଯିବେ ତାର ଗୋଟେ ବା ଅଧ ଘଣ୍ଟା ପୂର୍ବରୁ ଖାଇଦିଅନ୍ତୁ ବା ରାତ୍ରି ଭୋଜନ କରିଦିଅନ୍ତୁ ଏବଂ ଟିକେ ସମୟ ଚାଲନ୍ତୁ ଏହାଦ୍ୱାରା ଆପଣଙ୍କ ଖାଦ୍ୟ ହଜମ ହେବ ଏବଂ କିଛି ଅଡ଼ୁଆ ଲାଗିବନି । ଏହା ଶରୀର ପାଇଁ ବହୁତ ଜରୁରୀ । ଆପଣ ଚାହିଁଲେ କିଛି ଭଲ ବହି ଶୋଇବା ପୂର୍ବରୁ ପଢ଼ନ୍ତୁ ଏବଂ ଶୋଇବା ସମୟରେ ଭଗବାନଙ୍କ ମନ୍ତ୍ର ଜାପ କରନ୍ତୁ । ଏହାଦ୍ୱାରା ଆପଣଙ୍କୁ ଖରାପ ସ୍ୱପ୍କନ ଆସିବନି ଏବଂ ଆପଣଙ୍କ ମନ ଶାନ୍ତ ରହିବ ଏବଂ ଭଲ ନିଦ ହେବ । ଏହାସହିତ ଚେଷ୍ଟା କରନ୍ତୁ କି ରାତିରେ ଶୀଘ୍ର ଶୁଅନ୍ତୁ ଏବଂ ସକାଳୁ ଶୀଘ୍ର ଉଠନ୍ତୁ ଏବଂ ସୂର୍ଯ୍ୟ ନମସ୍କାର ବା ଅନ୍ୟ କୋ÷ଣସି ଯୋଗ କରନ୍ତୁ । ଯାହାଦ୍ୱାରା ଆପଣ ସୁସ୍ଥ ରହିବେ ।

Loading...
>