ଆପଣ ଲକ୍ଷ୍ମୀବନ୍ତ ହେବାକୁ ଚାହାଁନ୍ତି କି ?

ତେବେ ନିଷ୍ଠାର ସହିତ ଏହି ନିୟମଗୁଡିକୁ ପାଳନ କରନ୍ତୁ ।
୧. ଶୀଘ୍ର ଶୋଇ ଶୀଘ୍ର ଉଠିବା ନୀତିକୁ ଆଜିଠାରୁ ଧାରଣ କରନ୍ତୁ ।
୨. ପ୍ରତିଦିନ ନିରାମିଶ ଭୋଜନ ଖାଇବା ପାଇଁ ଶପଥ ନିଅନ୍ତୁ ଏବଂ ନିଶାକୁ ବି ତ୍ୟାଗ କରନ୍ତୁ ।
୩. ନିୟମିତ ଭାବେ ଫଳ, କ୍ଷୀର, ପନିପରିବା ଓ ଶାଗ ଇତ୍ୟାଦି ଖାଇ ଶରୀରକୁ ସୁସ୍ଥ ସବଳ ରଖି ମାନସିକ ଶାନ୍ତି ପାଆନ୍ତୁ ।
୪. ନିଜର ମାତା, ପିତା ଓ ଅନ୍ୟ ବଡମାନଙ୍କୁ ଆଜିଠାରୁ ମୁଣ୍ଡିା ମାରି ଚରଣଧୂଳି ନେଇ ମୁଣ୍ଡରେ ଲଗାନ୍ତୁ ।
୫. ପ୍ରତିଦିନ ଗାୟତ୍ରୀମନ୍ତ୍ର ଜପ କଲାପରେ ମହାଲକ୍ଷ୍ମୀ ମନ୍ତ୍ରକୁ ଶ୍ରଦ୍ଧା ଓ ଭକ୍ତିର ସହିତ ଜପ କରନ୍ତୁ ।
ମହାଲକ୍ଷ୍ମୀ ଗାୟତ୍ରୀ ମନ୍ତ୍ର
ଓଁ ମହାଲକ୍ଷେ୍ମ÷÷ ବିଦ୍ମହେ, ବିଷ୍ଣୁ ପ୍ରିୟାୟୈ ଧୀମହି ତନ୍ନୋ ଲକ୍ଷ୍ମୀଃ ପ୍ରଚୋଦୟାତ୍ ।
ଏହି ନିୟମଗୁଡିକୁ ପାଳନ କଲେ ମହାଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ଧନ, ଜନ ଓ ଗୋପ-ଲକ୍ଷ୍ମୀ ପ୍ରଦାନ କରିବେ । ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।

Loading...
>