ଘରୁ ବାହାରିବା ସମୟରେ କ’ଣ କରିବେ ଜାଣନ୍ତୁ

ପ୍ରତ୍ୟେକ ବ୍ୟକ୍ତି ସୁଖଶାନ୍ତିରେ ଜୀବନ କଟାଇବାକୁ ଚାହାଁନ୍ତି । ଏହି ଇଚ୍ଛାକୁ ପୂରଣ କରିବା ପାଇଁ ବିଭିନ୍ନ ପ୍ରକାର ଉପାୟକୁ ଉପଯୋଗ କରିଥାଏ ମଣିଷ । ତେବେ ନିଜର ଜୀବନକୁ ସୁଖମୟ କରିବା ପାଇଁ ପ୍ରତ୍ୟେକ ଦିନ ଘରୁ ବାହାରିବା ସମୟରେ କିିଛି ଉପାୟକୁ ଗ୍ରହଣ କରନ୍ତୁ, ଯାହାଦ୍ୱାରା ଦିନଟି ଶୁଭରେ କଟିବା ସହିତ ସୁଖଶାନ୍ତି ବୃଦ୍ଧି ପାଇବ ।
ସୋମବାର-ଏହି ଦିନ ଚେକ୍ ବାଲା ବସସ୍ତର ପରିଧାନ କରନ୍ତୁ ଏବଂ ଆଇନାରେ ଚେହେରା ଦେଖି ବାହାରକୁ ବାହାରନ୍ତୁ ।ମଙ୍ଗଳବାର-ମଙ୍ଗଳବାର ଦିନ ଲାଲ କିମ୍ବା ଗୋଲାପି ବସ୍ତ୍ର ପିନ୍ଧନ୍ତୁ ଏବଂଗୁଡ ଖାଇ ଘରୁ ବାହାରନ୍ତୁ ।
ବୁଧବାର-ବୁଧବାର ଦିନ ସବୁଜ ବସ୍ତ୍ର ପିନ୍ଧନ୍ତୁ ଏବଂ ଘରୁ ଧନିଆ ଖାଇ ବାହାରନ୍ତୁ ।ଗୁରୁବାର-ଗୁରୁବାର ଦିନ ଧଳା ବସ୍ତ୍ର କିମ୍ବା ହଳଦିଆ ବସ୍ତ୍ର ପିନ୍ଧି ଜୀରା ଖାଇ ଘରୁ ବାହାରନ୍ତୁ ।
ଶୁକ୍ରବାର-ଶୁକ୍ରବାର ଦିନ ଧଳା କିମ୍ବା ହଲକା ହଳଦିଆ ବସ୍ତ୍ର ପିନ୍ଧି ଦହି ଖାଇ ଘରୁ ବାହାରନ୍ତୁ ।
ଶନିବାର-ଶନିବାର ଦିନ କଳା ବସ୍ତ୍ର ପିନ୍ଧି ଅଦା ଖାଇ ଘରୁ ବାହାରନ୍ତୁ ।
ରବିବାର-ରବିବାର ଦିନ କମଳା ରଙ୍ଗର ବସ୍ତ୍ର ପିନ୍ଧି ପାନ କିମ୍ବା ଘିଅ ଖାଇ ଘରୁ ବାହାରନ୍ତୁ ।
ଉପରୋକ୍ତ ଉପାୟଗୁଡିକୁ ଉପଯୋଗ କରିବା ସହିତ ନିଜର ଗୁରୁ, କୁଳଦେବ ଏବଂ ଇଷ୍ଟଦେବଙ୍କୁ ସ୍ମରଣ କରି ଘରୁ ବାହାରକୁ ବାହାରନ୍ତୁ । ଏହାଦ୍ୱାରା ସମସ୍ତ କାର୍ଯ୍ୟ ଅବଶ୍ୟ ପୂର୍ଣ୍ଣ ହେବ ।

Loading...
>