ଆମେ ଅର୍ପଣ କରୁଥିବା ଭୋଗ ଠାକୁର କ’ଣ ଖାଆନ୍ତି ?

ଶ୍ରୀମଦ୍ ଭଗବଦ୍ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି-ଯେ କୌଣସି ଭକ୍ତ ଫୁଲ, ଫଳ, ଅନ୍ନ, ଜଳ ପ୍ରେମପୂର୍ବକ ଅର୍ପଣ କରେ ମୁଁ ତାକୁ ସଗୁଣ ରୂପରେ ପ୍ରକଟ ହୋଇ ଗ୍ରହଣ କରିଥାଏ । ଭକ୍ତର ଯଦି ନିଷ୍ଠାଥିବ ତେବେ ଭଗବାନ କେବଳ ଥରେ ନୁହେଁ ଅଥଚ ଅନେକଥର ଉପସ୍ଥିତ ହୋଇ ପ୍ରସାଦ ଗ୍ରହଣ କରନ୍ତି । ପ୍ରମାଣ ସ୍ୱରୂପ ଶବରୀ, ଦୌପଦୀ, ବିଦୂର ଓ ସୁଦାମା ଇତ୍ୟାଦି । ଭଗବାନ୍ ପ୍ରେମପୂର୍ବକ ତାଙ୍କ ହାତରୁ ଭୋଜନ କରିଥିଲେ । ମୀରା ବାଈର ବିଷପାତ୍ରକୁ ସ୍ୱୟଂ ଭଗବାନ ପାନ କରିଥିଲେ । କେତେକ ବ୍ୟକ୍ତି ତାର୍କିକ ବୁଦ୍ଧିର ଉପଯୋଗ କରି କହନ୍ତି ଯଦି ଭଗବାନ ଖାଆନ୍ତି ତେବେ ଭୋଗ କରାଯାଉଥିବା ପ୍ରସାଦ କମିଯାଆନ୍ତା । ସେମାନଙ୍କର କଥା ମଧ୍ୟ ସତ୍ୟ ଅଟେ । ଯେପରି ପୁଷ୍ପର ଭାର କମେନାହିଁ, ସେହିପରି ଭଗବାନଙ୍କୁ ଅର୍ପଣ କରାଯାଉଥିବା ପ୍ରସାଦ(ଭୋଗ)ର ସୁଗନ୍ଧ ଏବଂ ଭକ୍ତର ପ୍ରେମରେ ହିଁ ଭଗବାନ ତୃପ୍ତ ହୁଅନ୍ତି । ଏହି ପ୍ରକାରେ ଭଗବାନ ତୃପ୍ତ ହୁଅନ୍ତି ଓ ପ୍ରସାଦ କମେ ନାହିଁ ।

Loading...
>