ମନ୍ଦିରମାନଙ୍କୁ ଗମ୍ବୁଜଭଳି କାହିଁକି ତିଆରି କରାଯାଏ ?

ଧ୍ୱନୀ ସିଦ୍ଧାନ୍ତ ଏବଂ ବାସ୍ତୁକଳା ଦୃଷ୍ଟିରୁ ଗମ୍ବୁଜ ମନ୍ଦିର ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଓ ମହତ୍ତ୍ୱପୂର୍ଣ୍ଣ ଅଟେ । ପ୍ରତିମା(ଦେବତା)ଙ୍କ ସାମନାରେ ବସି ପୂଜା ଅର୍ଚ୍ଚନା କରିବା ସମୟରେ ସାଧକମୁଖରୁ ଉଚ୍ଚାରିତ ମନ୍ତ୍ରଧ୍ୱନୀ ଗମ୍ବୁଜରେ ପ୍ରତିଧ୍ୱନିତା ହୋଇ ମନ୍ତ୍ରଶକ୍ତି କେନ୍ଦ୍ରୀଭୂତ ହୋଇ ଦେବ ପ୍ରତିମାଙ୍କୁ ଜାଗ୍ରତ କରାନ୍ତି ଓ ପ୍ରତିମା ଜାଗ୍ରତ ହୋଇ ସାଧକକୁ ତାଙ୍କର ଇଚ୍ଛାନୁଯାୟୀଫଳ ପ୍ରଦାନ କରନ୍ତି । ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହା ମହତ୍ତ୍ୱପୂର୍ଣ୍ଣ ଅଟେ କାରଣ ଏହା ଉପରେ ଜୋରରେ ପବନ ତୋଫାନ ଏବଂ ବର୍ଷାର ପ୍ରଭାବ ଖୁବ୍ କମ୍ ପଡେ ଯାହାଦ୍ୱାରା ମନ୍ଦିର ଦୀର୍ଘ ବର୍ଷଧରି ସୁରକ୍ଷିତ ଅବସ୍ଥାରେ ରହେ ।

Loading...
>