ଧନ ବୃଦ୍ଧି ପାଇଁ ହୋଲି ରେ କରନ୍ତୁ ଏହି ଚମତ୍କାରୀ ଉପାୟ

astro remedies for wealth in holi

1.ହୋଲି ଦିନ ଘର ର ମୁଖ୍ୟ ଦ୍ୱାର ରେ କିଛି ଅବିର ପକାଇ ତା ଉପରେ ଏକ ଦୁଇମୁଖୀ ଦୀପ ଜଳାନ୍ତୁ. ଏହି ଦୀପ ଜଳୁଥିବା ସମୟ ରେ ଧନ ହାନି ରୁ ବଂଚିବା ପାଇଁ ଦେବୀ ଙ୍କୁ ପ୍ରାଥନା କରନ୍ତୁ.ଯେତେ ବେଳେ ଦୀପ ଲିଭି ଯିବ ତାକୁ ହୋଲି ଅଗ୍ନି ରେ ପକାଇ ଦିଅନ୍ତୁ . ଶ୍ରଦ୍ଧା ପୂର୍ବକ ଏହି ଉପାୟ କଲେ  ଧନ ହାନି ରୁ ମୁକ୍ତି ମିଳିବ.

2.ହୋଲିକା ଦହନ ସମୟ ରେ ଘର ର ସମସ୍ତ ସଦସ୍ୟ ଏକାଠି ହୋଇ ଦୁଇଟି ଲବଙ୍ଗ ଘିଅ ରେ ବୁଡାଇ, ଏକ ପେଡା ଓ ଏକ ପାନ ପତ୍ର ଅଗ୍ନିରେ ଚଢାଇ, ଅଗ୍ନି ର 11 ପରିକ୍ରମା କରି ଶେଷ ରେ ଏକ ନଡ଼ିଆ ର ଆହୁତି ଦିଅନ୍ତୁ.ଏହା ଦ୍ୱାରା ସବୁ କଷ୍ଟ ଦୂର ହୋଇ ସୁଖସମୃଦ୍ଧି ବୃଦ୍ଧି ହୁଏ.

3.ହୋଲି ଦିନ ସନ୍ଧ୍ୟା ରେ ଘର ର ମୁଖ୍ୟ ଦ୍ୱାର ରେ ଦୁଇ ମୁଖି ଦୀପ ଜାଳିଲେ ଆର୍ଥିକ ହାନି ରୁ ମୁକ୍ତି ମିଳେ.

Loading...

4.ହୋଲି ର ପୂର୍ବ ରୁ ପଡୁଥିବା ଶନିବାର ଦିନ ଏମିତି ଏକ ଗଛ ର ଡାଳ ଭାଙ୍ଗି ଆଣିବ ଯେଉଁ ଗଛ ରେ ବାଦୁଡ଼ି ରହୁଥିବେ (ଗଛ ପୂର୍ବ ରୁ ଠାବ କରିଥିବ). ରାତ୍ରି ରେ ପୂଜା ସାରି ସେ ଡାଳ ରୁ  କିଛି ପତ୍ର ଆଣି ଘର ର ଧନ ରଖିବା ସ୍ଥାନ ରେ ରଖି ଦିଅନ୍ତୁ.ଏହା ଦ୍ୱାରା ରୋଜଗାର ରେ ଲାଭ ମିଳିବ .

5.ହୋଲି ରାତି ରେ ପୂର୍ଵ ଦିଗ କୁ ମୁଖ କରି  ଆସନ ରେ ବସନ୍ତୁ. 7 ଟି କଉଡି ଓ ଏକ ଛୋଟ ଶଙ୍ଖ କୁ ମସୁର ଡାଲି  ଉପରେ ସ୍ଥାପନ କରି ମୁଂଗ(red coral ) ବା  ତୁଳସୀ ମାଳା 1/3/5/7/ ମାଳା ନିମ୍ନ ମନ୍ତ୍ର କୁ ଜପ କରନ୍ତୁ.

ମନ୍ତ୍ର : ଓଁ ଗଁ ଗଣପତୟେ  ନମଃ

ଜପ ପୁର୍ଣ ହେବା ପରେ  ସମସ୍ତ ସାମଗ୍ରୀ କୁ ଏକ ନିର୍ଜନ ସ୍ଥାନ ରେ ପୋତି  ଦିଅନ୍ତୁ. ନିଶ୍ଚୟ ଦରିଦ୍ରତା ନାଶ ହୋଇ ଧନ ଲାଭ ହେବ .

ନିଶ୍ଚୟ ପଢନ୍ତୁ :ଚାକିରୀ ଓ ବ୍ୟାପାର ରେ ଅପାର ସଫଳତା ପାଇଁ ହୋଲି ରେ କରନ୍ତୁ ଏହି ଉପାୟ

6.ହୋଲି ରାତି ରେ ଘରେ ଏକ ଏକାନ୍ତ ସ୍ଥାନ ବାଛି ପ୍ରାଣପ୍ରତିଷ୍ଠିତ କମଳଗଟ୍ଟା ମାଳା ରେ ନିମ୍ନ ମନ୍ତ୍ର 5 ବା 11 ମାଳା ଜପ କରନ୍ତୁ ଦେଖିବେ ଅତି ଶୀଘ୍ର ଧନ ବଢି ଚାଲିବ.

ମନ୍ତ୍ର : ଓଁ ନମୋ ଧନଦାୟ ସ୍ୱାହା

7.କୌଣସି ବ୍ୟକ୍ତି ଯଦି ଋଣ ନେଇ ଫେରାଉ ନ ଥାଏ ତେବେ ହୋଲି ରେ ଏହି ଉପାୟ କରନ୍ତୁ . ହୋଲି ଅଗ୍ନି ସ୍ଥାନ ପାଖରେ ଡାଳିମ୍ବ କାଠି ରେ ଋଣ ନେଇ ଥିବା ଲୋକ ର ନାମ ଲେଖି ତା ଉପରେ କିଛି ସବୁଜ ଅବିର ଛିଂଚି ଦିଅନ୍ତୁ ଓ ହୋଲିକା ମାତା ଙ୍କୁ ଧନ ଫେରାଇବା ପାଇଁ ପ୍ରାଥନା କରନ୍ତୁ. ଅତି ଶୀଘ୍ର ସେ ବ୍ୟକ୍ତି ଧାନ ଫେରାଇବ. ଏହା ଏକ ସହଜ ଉପାୟ ଓ ଶକ୍ତିଶାଳୀ ଉପାୟ ଅଟେ.

Loading...
>