ଚାକିରୀ ଓ ବ୍ୟାପାର ରେ ଅପାର ସଫଳତା ପାଇଁ ହୋଲି ରେ କରନ୍ତୁ ଏହି ଉପାୟ

1.ହୋଲି ଦିନ 8 ଟି ଲେଂବୁ ନେଇ ନିଜ ଉପରେ 21 ଥର (anti  clockwise)ବୁଲାଇ ତାକୁ ଜଳୁଥିବା ହୋଲି ଅଗ୍ନି ରେ ପକାଇ ଦିଅନ୍ତୁ.ଏହା ପରେ ହୋଲି ଅଗ୍ନି ରେ 8 ଥର ପରିକ୍ରମା କରନ୍ତୁ.ଏହି ସମୟ ରେ ଦେବୀ ଙ୍କୁ ନିଜ ମନୋକାମନା ଜଣାନ୍ତୁ. ଏହା ଏକ ବହୁତ ସହଜ ଉପାୟ ଯାହାକୁ କେହି ବି କରି ପାରିବେ.

2.interview ରେ ସଫଳତା ପାଇଁ ହୋଲିକା ଅଗ୍ନି ରେ ପୂଜା ପରେ ନିମ୍ନ ମନ୍ତ୍ର ର ଜପ 11 ମାଳ ଗଣେଶ ଙ୍କ ପାଖ ରେ  କରନ୍ତୁ. ଜପ ପ୍ରାଣପ୍ରତିଷ୍ଠିତ ଚନ୍ଦନ ମାଳା ରେ ହିଁ କରିବେ.ଏହା ପରେ ଶ୍ରୀଗଣେଶ ଙ୍କୁ ପୂଜା କରି କ୍ଷୀର ରେ ଅଭିଷେକ କରାନ୍ତୁ. ନିଶ୍ଚୟ ସଫଳତା ମିଳିବ.

 

ମନ୍ତ୍ର:ଓଁ ବକ୍ରତୁଣ୍ଡ|ୟ ହୁଂ

Loading...

3.ବହୁ ପ୍ରୟାସ ପରେ ମଧ୍ୟ ଯଦି କାମ ମିଳୁ ନାହିଁ ତେବେ ହୋଲି ରାତି ରେ ଭଗବାନ ଶିବ ଙ୍କୁ କ୍ଷୀର ଓ ଜଳ ରେ ଅଭିଷେକ କରନ୍ତୁ. ତାପରେ 21 ମାଳା ଓଁ ନମଃ ଶିବାୟ ମନ୍ତ୍ର ପ୍ରାଣ ପ୍ରତିଷ୍ଠିତ ରୁଦ୍ରାକ୍ଷ ମାଳା ରେ କରନ୍ତୁ. ଏହା ମନୋକାମନା ପୂର୍ତ୍ତି ର ସବୁଠାରୁ ସହଜ ଉପାୟ.

4.ଆପଣ ଯଦି ଚାକିରୀ ନ କରି ବ୍ୟବସାୟ କରୁଛନ୍ତି ଓ ବ୍ୟାପାର ରେ ଆପଣ ଙ୍କୁ ଠିକ ଲାଭ ମିଳୁନାହିଁ ବା ବ୍ୟବସାୟ ଠିକ ରେ ଚାଲୁ ନାହିଁ ତେବେ ହୋଲି ଦହନ  ପରେ ଆପଣ ହୋଲିକା ଦେବୀ ଙ୍କୁ ପୂଜା କରନ୍ତୁ. ପୂଜନ ପରେ ଜଳୁଥିବା ହୋଲି ଅଗ୍ନି ରେ ଏକ ନଡ଼ିଆ,ପାନ ପତ୍ର,ଗୁଆ ପକାନ୍ତୁ ଏବଂ ଏହି ଅଗ୍ନି ର 11 ପରିକ୍ରମା କରନ୍ତୁ ପରିକ୍ରମା ସମୟ ରେ ନିଜର ମନୋକାମନା ପ୍ରାଥନା କରନ୍ତୁ.ପରଦିନ ସକାଳେ ହୋଲି ଅଗ୍ନି ର କିଛି ଭସ୍ମ ନେଇ ଲାଲ କପଡା ରେ ସ୍ପଟିକ ଶ୍ରୀଯନ୍ତ୍ର, କିଛି ରୁପା  ମୁଦ୍ରା ସହ ବାନ୍ଧି ଧାନ ସ୍ଥାନ ରେ ରଖନ୍ତୁ. ଚମତ୍କାର ଫଳ ମିଳିବ

5.ହୋଲି ଦହନ ପରଦିନ ଏକ ପ୍ରାଣ ପ୍ରତିଷ୍ଠିତ ଏକାକ୍ଷୀ ନଡ଼ିଆ ଲାଲ କପଡା ରେ ଗହମ ଉପରେ ସ୍ଥାପନା କରନ୍ତୁ. ଏବଂ ପ୍ରାଣପ୍ରତିଷ୍ଠିତ ମୁଙ୍ଗା ମାଳା ରେ ନିମ୍ନ ମନ୍ତ୍ର 21 ମାଳା ଜପ କରନ୍ତୁ.ତାପରେ ଏହି ଲାଲ କପଡା କୁ ସବୁ ଜିନିଷ ସହ ବାନ୍ଧି ବ୍ୟବସାୟ ସ୍ଥାନ ର ଏପରି ଜାଗା ରେ ଟାଙ୍ଗନ୍ତୁ ଯେପରି ସମସ୍ତ ଙ୍କ ନଜର ରେ ପଡିବ. ଏହା ଦ୍ୱାରା ବ୍ୟାପାର ରେ ଅପାର ସଫଳତା ମିଳିବ

 

ମନ୍ତ୍ର :ଓଁ ଶ୍ରୀ ଶ୍ରୀ ପରମ ସିଦ୍ଧି ବ୍ୟାପାର ବୃଦ୍ଧି କୁରୁ କୁରୁ .

 

ନିଶ୍ଚୟ ପଢନ୍ତୁ :ଧନ ବୃଦ୍ଧି ପାଇଁ ହୋଲି ରେ କରନ୍ତୁ ଏହି ଚମତ୍କାର ଉପାୟ

 

6.ବ୍ୟବସାୟ  ସମସ୍ୟା  ଦୂର ପାଇଁ ହୋଲିକା ଦହନ ପରେ ଏକ ନଡ଼ିଆ ମନ୍ଦିର ରେ ଓ ଏକ ନଡ଼ିଆ ହୋଲି ଅଗ୍ନି ରେ ଚଢାନ୍ତୁ.

7.ହୋଲି ଦିନ ଏକ ଅବିର packet ରେ ଏକ ପ୍ରାଣପ୍ରତିଷ୍ଠିତ ମୋତି ଶଙ୍ଖ  ଓ ଏକ ରୂପା ମୁଦ୍ରା ରଖି ଏ ସବୁକୁ ଏକ ନୂଆ ଲାଲ କପଡା ରେ ବାନ୍ଧି ତିଜୋରି ରେ ରଖିଲେ ବ୍ୟବସାୟ ରେ ଲାଭ ମିଳେ .

8.ବ୍ୟାପାର ରେ କ୍ଷତି କମ କରି ଲାଭବାନ ହେବ ପାଇଁ ହୋଲି ଦିନ ନୂଆ ହଳଦିଆ କପଡା ରେ କଳା ହଳଦୀ,11 ଟି ଗୋମତୀ ଚକ୍ର ଓ ଏକ ରୁପା (ସବୁ ପ୍ରାଣପ୍ରତିଷ୍ଠିତ) କୁ ବାନ୍ଧି ହୋଲି ଅଗ୍ନି ର 11 ପରିକ୍ରମା କରି 108 ଥର ଓଁ ମହାଲକ୍ଷ୍ମୟେ ନମଃ ଜପ କରି ଅଗ୍ନି ରେ ପକାଇ ଦିଅନ୍ତୁ ଏହା ଦ୍ୱାରା ଅପାର ସଫଳତା ମିଳିବ.

Loading...
>