ହିନ୍ଦୁ ଧର୍ମରେ କିପରି ହୁଏ କାଳ ଗଣନା ଜାଣନ୍ତୁ

ବିଶ୍ୱରେ ବିଭିନ୍ନ ଧର୍ମ ମଧ୍ୟରେ ହିନ୍ଦୁ ଧର୍ମ ସର୍ବ ପ୍ରାଚୀନ ଓ ବିକଶିତ ଧର୍ମ। ଏହି ଧର୍ମ ଶହସ୍ର ଶହସ୍ର ବର୍ଷରୁ ଗଣିତ, ଜ୍ୟାମିତି, ଜ୍ୟୋତିଷ, ଆୟୁର୍ବିଜ୍ଞାନ ସମେତ ସମସ୍ତ ଅତ୍ୟାଧୁନିକ ଜ୍ଞାନରେ ପାରଙ୍ଗମ। ତେବେ ଅତ୍ୟାଧୁନିକ ସମୟ ଆକଳନ ଯନ୍ତ୍ର ବ ବର୍ତ୍ତମାନ ସମୟର ଘଡି ଆବିଷ୍କାରର ହଜାର ହଜାର ବର୍ଷ ପୂର୍ବରୁ ଏହି ଧର୍ମରେ କାଳ ଗଣନା ହୋଇଥିଲା। ତଦନୁସାରେ ଗଣିତ ଓ ଜ୍ୟୋତିଷର ମଧ୍ୟ ବିକାଶ ହୋଇଥିଲା। ତେବେ ଆସନ୍ତୁ ଜାଣିବା ହିନ୍ଦୁ ଧର୍ମରେ କିପରି ହୁଏ କାଳ ଗଣନା।

ସମୟର ଏକକ ପ୍ରଥମ ଆବିଷ୍କାର ହୋଇଥିଲା ହିନ୍ଦୁ ଧର୍ମରେ
ସମୟର ଏକକ ’ନିମିଷ’ ପ୍ରଥମେ ହିନ୍ଦୁ ଧର୍ମ ମାନବୀୟ ଆଚରଣରୁ ଉଦଭାବନ କରିଥିଲା। ଥରେ ପଲକ ପଡିବାକୁ ଏକ ନିମିଷ ବା ସମୟର ପ୍ରଥମ ଏକକ ନିର୍ଦ୍ଧାରିତ କରିଥିଲେ ବିଜ୍ଞାନୀ। ସେହି ଅନୁସାରେ ୧୮ ନିମିଷରେ ଗୋଟିଏ କାଷ୍ଟ ନିର୍ଦ୍ଧାରିତ କରିଥିବା ବେଳେ ୩୦ କାଷ୍ଟରେ ୧ କଳା, ୩୦ କଳାରେ ୧ କ୍ଷଣ ଓ ୧୨ କ୍ଷଣରେ ୧ ମୁହୁର୍ତ୍ତ ନିର୍ଦ୍ଧାରଣ କରିଥିଲେ।

କାଳ ଗଣନାରେ ୩୦ ମୁହୁର୍ତ୍ତରେ ୧ ଅହୋରାତ୍ର ବା ଗୋଟିଏ ଦିନ ଓ ଗୋଟିଏ ରାତି ଅର୍ଥାତ ୨୪ ଘଣ୍ଟା ନିର୍ଦ୍ଧାରିତ ହୋଇଥିଲା।   ସେହିପରି ୧୫ ଅହୋରାତ୍ରରେ ଏକ ପକ୍ଷ ଓ ୨ ପକ୍ଷରେ ୧ ମାସ ନିର୍ଦ୍ଧାରିତ ହୋଇଥିବା ବେଳେ ୧୨ ମାସରେ ୧ ବର୍ଷ ନିର୍ଦ୍ଧାରିତ ହୋଇଥିଲା। ଏହି ୧ ବର୍ଷରେ ୬ ଋତୁ ମଧ୍ୟ ସ୍ଥିର କରିଥିଲେ ମନିଷି। ଏଥିରୁ ଯୁଗ ମଧ୍ୟ ନିର୍ଦ୍ଧାରଣ ହୋଇଥିଲା। ସେହି ଅନୁସାରେ ତ୍ରେତା, ଦ୍ୱାପର ଓ କଳିଯୁଗ ସହ ସବୁ ଯୁଗ ଉପରେ ୧ ମହାଯୁଗର ମଧ୍ୟ ପରିକଳ୍ପନା ରହିଥିଲେ ଏଥିରେ।

Loading...
Loading...
>