ସବୁଠାରୁ ବଡ ଦାନ କ’ଣ ?

ତୃଷିତକୁ ପାଣିଦେବା ଓ କ୍ଷୁଧିତକୁ ଭୋଜନ ଦେବା ଦୁନିଆର ସବୁଠୁ ବଡ ଦାନ । ଭୋଜନ ଦେବା ପରେ ଯଦି ଭୋକ ଶାନ୍ତ ହୋଇଯାଏ ତ ସବୁ ବସ୍ତୁ ସୁନ୍ଦର ଦେଖାଯାଏ । କିନ୍ତୁ ଦୁଇ-ତିନିଦିନର ଭୋକିଲା ଲୋକଙ୍କୁ ଟଙ୍କା ବିଡା ଦିଅ ଅଥବା ସୁନାସ ରୂପା ଦେଇଦିଅ କିନ୍ତୁ ସେ ନିଜର ପେଟକୁ ଖାଇବା ପାଇଁ ଅନୁରୋଧ କରିବ ପେଟ ପୂରିବା ପରେ ଯାଇ ତାକୁ ଧନ ଦୌଲତ ଭଲ ଲାଗିବ । ଭୋକିଲା ଲୋକଙ୍କୁ ରୋଟି ଦରକାର ଟଙ୍କାର ବିଡା ନୁହେଁ । ପେଟର ଭୋକ ଶାନ୍ତ ହେବା ପରେ ଯାଇ ଟଙ୍କା, ସୁନା, ଘର ଦ୍ୱାର, ସ୍ତ୍ରୀ, ପୁତ୍ର, ଭୋଗ ଜାଗ୍ରତ ହୋଇଥାଏ । ଶୋଷ ଲାଗିଲେ ସାରା ଦୁନିଆଁ ମଧ୍ୟ ନୀରସ ଦେଖାଯାଏ । ଶୋଷରେ ବ୍ୟାକୁଳ ଲୋକ ଗୋଟିଏ ମାତ୍ର ଜିନିଷ ଆବଶ୍ୟକ କରେ ତାହା ହେଉଛି ପାଣି । ପାଣି ହିଁ ଜୀବନ ଅଟେ ପାଣି ନମିଳିଲେ ଜୀବନ ମୃତ୍ୟୁସମାନ ହୋଇଯାଏ । ସେଥିପାଇଁ କୁହାଯାଇଛି ଜଳ ହିଁ ଜୀବନ ।

Loading...
>