ସତରେ କ’ଣ ପୁର୍ନଜନ୍ମ ହୁଏ

ଭୂତ, ପ୍ରେତ, ଆତ୍ମା ସହିତ ଜଡ଼ିତ ଘଟଣା ଯେମିତି ସବୁବେଳେ ବିବାଦ ସେହିପରି ପୁନଃଜନ୍ମ ସହିତ ଜଡ଼ିତ ଘଟଣା ଏବଂ କାହାଣୀ ସର୍ବଦା ବିବାଦରେ। ଏହାକୁ ବିଶ୍ୱାସ ଏବଂ ଅବିଶ୍ୱାସ କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ଢେର ଅଧିକ। ସମସ୍ତେ ସମସ୍ତଙ୍କ ଯୁକ୍ତି ବାଢ଼ିଥାନ୍ତି। ତଥାପି ସତ କଥା ମିଳେ ନାହିଁ। ହିନ୍ଦୁମାନେ ପୁନଃଜନ୍ମରେ ବିଶ୍ୱାସ କରିଥାନ୍ତି। ହିନ୍ଦୁ ଶାସ୍ତ୍ର ଅନୁସାରେ ମଣିଷର କେବଳ ଶରୀରର ମୃତ୍ୟୁ ଘଟିଥାଏ। କିନ୍ତୁ ଆତ୍ମାର ନୁହେଁ। ଆତ୍ମା ଗୋଟିଏ ଶରୀର ତ୍ୟାଗ କରି ଆଉ ଏକ ଶରୀରରେ ପ୍ରବେଶ କରିଥାଏ। ଏହାକୁ ପୁନଃଜନ୍ମ କୁହାଯାଏ। ନୂଆ ଜନ୍ମ ନେବା ପରେ ପୂର୍ବଜନ୍ମର କଥାକୁ ଖୁବ୍‌ କମ୍‌ ଲୋକେ ମନେ ରଖିଥାନ୍ତି। ଆଜିପର୍ଯ୍ୟନ୍ତ ପୁନଃଜନ୍ମକୁ ନେଇ ତର୍କ ବିତର୍କ ଚାଲିଛି। ତେବେ ଆଜି ପୁନଃଜନ୍ମ ଉପରେ ହୋଇଥିବା ଦୁଇଟି ରିସର୍ଚ୍ଚ ବହୁତ ମହତ୍ତ୍ୱପୂର୍ଣ୍ଣ।

ଥମଟି ଆମେରିକାର ବର୍ଜିିନିୟା ୟୁନିଭରସିଟିର ବୈଜ୍ଞାନିକ ଡ. ଇୟାନ୍‌ ଷ୍ଟିଭେନ୍‌ସନ୍‌ସଙ୍କର। ୪୦ ବର୍ଷ ରିସର୍ଚ୍ଚ କରି ସାରିବା ପରେ ଗୋଟିଏ ବହି ‘ ରିଇନ୍‌କରନେ୍‌୍‌ସନ ଆଣ୍ଡ୍‌ ବାୟୋଲୋଜି’ ଲେଖିଛନ୍ତି। ଯେଉଁଥିରେ ପୁନଃଜନ୍ମ ସମ୍ବନ୍ଧିତ କାହାଣୀ ଲେଖାଯାଇଛି। ଦ୍ୱିତୀୟଟି ବେଙ୍ଗାଲୁରର ‘ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଣ୍ଟାଲ ହେଲ୍‌ଥ ଆଣ୍ଡ୍‌ ନ୍ୟୁରୋ ସାଇନ୍‌ସ’ ରେ କ୍ଲିନିକାଲ ସାଇକ୍ଲୋଜିଷ୍ଟ ଭାବେ କାର୍ଯ୍ୟରତ ଡା. ସତ୍ୟବନ୍ତ ପସାରିଆଙ୍କ ଦ୍ୱାରା କରାଯାଇଛି। ସେ ‘ସ୍କ୍ଲେମ୍‌ସ ଅଫ୍‌ ରିଇନ୍‌କର୍‌ନେସନ ଏମ୍ପରିକାଲ ଷ୍ଟି ଅଫ୍‌ କ୍ୟାସେଜ୍‌ ଇନ୍‌ ଇଣ୍ଡିଆ’ପୁସ୍ତକରେ ପୁନଃଜନ୍ମ ସମ୍ପର୍କରେ ଲେଖିଛନ୍ତି। ଏଥିରେ ୧୯୭୩ ପରେ ଭାରତରେ ଘଟିଥିବା ୫୦୦ ପୁନଃଜନ୍ମ ଘଟଣା ସମ୍ପର୍କରେ ଲେଖିଛନ୍ତି। ସେଥିରୁ ପ୍ରଥମ ଘଟଣା ହେଲା ୧୯୫୦ ଏପ୍ରିଲର। କୋସିକଲା ଗାଁ ନିବାସୀ ଭୋଳାନାଥ ଜୈନଙ୍କ ପୁଅ ନିର୍ମଳଙ୍କ ମୃତ୍ୟୁ ହାଡ଼ଫୁଟି ଯୋଗୁ ହୋଇଥିଲା। ଏହି ଘଟଣାର ବର୍ଷକ ପରେ ଅର୍ଥାତ ୧୯୫୧ ମସିହାରେ ଛତା ଗାଁ ନିବାସୀ ବି. ଏଲ୍‌ ବୈଷ୍ଣବ ଘରେ ଏକ ପୁତ୍ର ସନ୍ତାନ ଜନ୍ମ ନେଇଥିଲା। ଏହାର ନାମ ପ୍ରକାଶ। ସେ ଯେତେବେଳେ ବଡ଼ ହେଲା ସେତେବେଳେ କହିଲା ମଁୁ କୋସିକଲାରେ ରହୁଥିଲି। ମୋର ନାମ ନିର୍ମଳ। ମଁୁ ଏବେ ମୋ ପୁରୁଣା ଘରକୁ ଯିବାକୁ ଚାହଁୁଛି। ଏହି ଘଟଣା ଜାଣିବା ପାଇଁ ପ୍ରକାଶଙ୍କ ବାପା ୧୯୫୬ ମସିହାରେ ଦିନେ କୋସିକଲାକୁ ଗଲେ। ସେଠାରେ ନିର୍ମଳଙ୍କ ବାପା ଭୋଳାନାଥଙ୍କୁ ଖୋଜିଲେ। କିନ୍ତୁ ପାଇଲେ ନାହିଁ। କିଛିଦିନ ପରେ ଭୋଳାନାଥ ୧୯୬୧ ମସିହାରେ ଛତା ଗାଁକୁ ଆସି ଜାଣିଲେ ପ୍ରକାଶ ନାମକ ଜଣେ ପିଲା ତାଙ୍କ ପୁଅ ନିର୍ମଳ ବିଷୟରେ କହୁଛି। ଏହା ଶୁଣି ତାଙ୍କ ପରିବାର ଲୋକେ ସେଠାରେ ପହଞ୍ଚି ପ୍ରକାଶକୁ ତାଙ୍କର ପୁନଃଜନ୍ମ ପିତାର ପରିଚୟ ଦେଇଥିଲେ। ତେବେ ଏହି ପୁସ୍ତକରେ ପୁନଃଜନ୍ମକୁ ନେଇ ଯୁକ୍ତିତର୍କ ଏମିତି ଭାବେ କରାଯାଇଛି।

Loading...
>