ମନପସନ୍ଦର ଜୀବନସାଥୀ ଖୋଜୁଛନ୍ତି କିନ୍ତୁ ମିଳୁନାହାନ୍ତି, ଆପଣାନ୍ତୁ ଏହି ବାସ୍ତୁ ଟିପ୍ସ

ବିବାହ ବୟସ ହେଲେ ସମସ୍ତେ ଚାହାଁନ୍ତି କେମିତି ତାଙ୍କୁ ଜଣେ ଭଲ ଜୀବନସାଥୀ ମିଳୁ । କିନ୍ତୁ କାହାକୁ ମିଳିଥାଏ ତ ଆଉ କାହାକୁ ମିଳିନଥାଏ । ଯଦି ଆପଣ ମଧ୍ୟ ଏହି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ହେଲେ ଏହି ବାସ୍ତୁ ଟିପ୍ସକୁ ଆପଣାନ୍ତୁ ।
୧.ଘରେ କେବେବି ଗୋଟିଏ ଲେଖାଏଁ ଚେୟାର, ସୋଫା ଆଦି ରଖନ୍ତୁ ନାହିଁ । ସବୁବେଳେ ଚେଷ୍ଟା କରନ୍ତୁ ଯୋଡାଯୋଡା ରଖିବା ପାଇଁ । ଯଦି ସିଙ୍ଗଲ ରଖୁଛନ୍ତି ତେବେ ଆପଣଙ୍କୁ ଏକୁଟିଆ ରହିବାକୁ ଇଚ୍ଛା ବୋଲି ମନେ କରାଯାଏ ।


୨ ବାସ୍ତୁ ମୁତାବକ ଯେତେବେଳେ ଶୋଇବାକୁ ଯାଉଛନ୍ତି ସେତେବେଳେ ଆପଣଙ୍କ ଗୋଡ ଯେମିତି ମୁଖ୍ୟ ଦ୍ୱାରା ଆଡକୁ ନରହେ । ଏହା ଘରକୁ ପ୍ରବେଶ କରୁଥିବା ସକାରାତ୍ମକ ଶକ୍ତି ଉପରେ ପ୍ରଭାବ ପକାଇଥାଏ ।
୩.ବାସ୍ତୁ ମୁତାବକ ଖଟ ଓ ଝରକା ମଧ୍ୟରେ ସାମନ୍ୟ ଦୂରତା ରହିବା ଦରକାର । ଏହା ସହ ଧ୍ୟାନ ରଖିବେ ମୁଖ୍ୟ ଦ୍ୱାରର ଉପରେ କୌଣସି ଫଟୋଚିତ୍ର ଯେମିତି ନ ରହେ । ଏମିତି କରିବା ଦ୍ୱାରା ଆପଣଙ୍କ ମନ ଶାନ୍ତି ରହିବା ସହ ଜୀବନରେ ସକରାତ୍ମକ ଶକ୍ତିର ପ୍ରଭାବ ବଢିଥାଏ ।


୪. କେବେବି ଶୋଇବା ଘରେ ଅସ୍ତ ହେଉଥିବା ସୂର୍ଯ୍ୟଙ୍କ ପ୍ରତିଛବି ଲଗାନ୍ତୁ ନାହିଁ । ଏହା ନକାରାତ୍ମକ ଶକ୍ତି ବଢାଇଥାଏ । ଏହା ସଂପର୍କ ପାଇଁ ମଧ୍ୟ ଭଲ ସଂକେତ ନୁହେଁ । ବାସ୍ତୁ ଅନୁସାରେ ଯଦି ଆପଣ ବିବାହ ପାଇଁ ଚିନ୍ତା କରୁଛନ୍ତି ତେବେ ତ ଏମିତି ଫଟୋ ବେଡରୁମରେ କେବେବି ଲଗାନ୍ତୁ ନାହିଁ ।

Loading...
>