fbpx
Home Astrology ଜାଣନ୍ତୁ, ବାସ୍ତୁ ଅନୁସାରେ ନବବିବାହିତ ଦମ୍ପତିଙ୍କ ବେଡ୍‌ରୁମ୍‌  କିପରି ହେବା ଉଚିତ୍‌

ଜାଣନ୍ତୁ, ବାସ୍ତୁ ଅନୁସାରେ ନବବିବାହିତ ଦମ୍ପତିଙ୍କ ବେଡ୍‌ରୁମ୍‌  କିପରି ହେବା ଉଚିତ୍‌

ପ୍ରତ୍ୟେକ ନବବିବାହିତ ଦମ୍ପତିଙ୍କର ଏହା ଇଚ୍ଛା ଥାଏ ଯେ, ତାଙ୍କ ବୈବାହିକ ଜୀବନ ହସଖୁସିରେ ଭରିଉଠୁ। କେବେ ଝଗଡ଼ା ନ ହେଉ।  ପ୍ରେମ ବଢୁ।

ଏଥିପାଇଁ ଅନେକ ଲୋକ ବାସ୍ତୁ ଅନୁସାରେ ମଧ୍ୟ ଅନେକ କାର୍ଯ୍ୟ କରିଥାନ୍ତି। ଆଜି ଆମେ ଆପଣଙ୍କୁ କହିବୁ ବାସ୍ତୁ ଅନୁସାରେ ନବବିବାହିତ ଦମ୍ପତିଙ୍କ ବେଡ୍‌ରୁମ୍‌  କିପରି ହେବା ଉଚିତ୍‌ ଏବଂ ରୁମ୍‌ରେ କେଉଁ ସବୁ ଜିନିଷ ରହିବା ଉଚିତ୍‌ ନୁହେଁ।

ଏକରୁ ଅଧିକ ଗଦି ରଖନ୍ତୁ ନାହିଁ
ବାସ୍ତୁ ଶାସ୍ତ୍ର ଅନୁସାରେ ନବବିବାହିତ ଦମ୍ପତି ନିଜ ବେଡ୍‌ରୁମ୍‌ରେ ଏକରୁ ଅଧିକ ଗଦି ରଖିବା ଉଚିତ୍‌ ନୁହେଁ। ଏପରି କଲେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ବାଣ୍ଟି ହୋଇ ଯାଇଥାଏ ଏବଂ ଦୂରତା ବଢ଼ିଥାଏ।

ଧିକ ଆଲୋକ ଦେଉଥିବା ବଲ୍ବ ଲଗାନ୍ତୁ ନାହିଁ
ବାସ୍ତୁ ଅନୁସାରେ ନବବିବାହିତ ଦମ୍ପତି ନିଜ ରୁମ୍‌ରେ ଅଧିକ ଆଲୋକ ଦେଉଥିବା ବଲ୍ବ ରଖନ୍ତୁ ନାହିଁ। ଏହାଦ୍ୱାରା ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ବଢ଼ିଥାଏ। ଏଥିପାଇଁ ବେଡ୍‌ରୁମ୍‌ରେ ହାଲ୍‌କା ଗ୍ରୀନ୍‌, ବ୍ଲୁ ଓ ପିଙ୍କ୍‌ କଲର୍‌ର ବତୀ ଲଗାନ୍ତୁ।

ବିଦ୍ୟୁତ୍‌ ସରଞ୍ଜାମ ରଖନ୍ତୁ ନାହିଁ
ବାସ୍ତୁ ଏହା ମଧ୍ୟ କୁହାଯାଇଛି ଯେ, ନବବିବାହିତ ଦମ୍ପତି ନିଜ ବେଡ୍‌ରୁମ୍‌ରେ ଇଲେକ୍ଟ୍ରୋନିକ ଉପକରଣ ରଖନ୍ତୁ ନାହିଁ, ଏହାଦ୍ୱାରା ରୁମ୍‌ରେ ନକାରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ।

ଜୋତା ଓ ଚପଲ
ଏହା ସହିତ ରୁମ୍‌ରେ ଜୋତା କିମ୍ୱା ଚପଲ ରଖିବା ପାଇଁ ମଧ୍ୟ ବାରଣ କରାଯାଇଛି। ଏହା ଦ୍ୱାରା ଦମ୍ପତିଙ୍କ ମୁଡ୍‌ ଖରାପ ହୋଇଥାଏ ଓ ସର୍ବଦା କଳହ ଲାଗି ରହିଥାଏ।

ଆଇନା
ଯଦି ଆପଣ ଆଇନା ରୁମ୍‌ରେ ରଖୁଛନ୍ତି,ମନେ ରଖନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଏହା ବେଡ୍‌ ସାମ୍ନାରେ ରହିବା ଉଚିତ୍‌ ନୁହେଁ। ବାସ୍ତୁ ଅନୁସାରେ ଆଇନାକୁ ବେଡ୍‌ ପାଖରେ ବା ସାମ୍ନାରେ ରଖିଲେ,ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦୂରତା ବଢ଼ିଥାଏ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ରାଜ୍ୟରେ ପ୍ରଥମ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ମହାମାରୀ କରୋନା ରାଜ୍ୟରେ ପ୍ରଥମ ମୁଣ୍ଡ ନେଇଛି। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ୭୨ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ତାଙ୍କ ଘର ଭୁବନେଶ୍ୱରର ଝାରପଡ଼ା ଅଞ୍ଚଳରେ। ସେ ଏପ୍ରିଲ ୪...

ରାଜଧାନୀରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ପୁଣି ଜଣେ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ତାଙ୍କ ଘର  ୟୁନିଟ୍‌ ୪ ମଧୁସୂଦନ ନଗରରେ। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଛି। ଯୁବକ ଜଣକ ବୟସ...

କେନ୍ଦ୍ରାପଡାର ୧୨ ଗାଁ ୪୮ଘଣ୍ଟା ପାଇଁ ସିଲ୍‌

କେନ୍ଦ୍ରାପଡ଼ା: କେନ୍ଦ୍ରାପଡାର ଜଣେ ୩୨ ବର୍ଷୀୟ ଯୁବକ କରୋନା ପଜିଟିଭ୍  ଚିହ୍ନଟ ହୋଇଛନ୍ତି। ଏହି ଯୁବକ ଜଣକ ଗତ ମାସ ୨୪ ତାରିଖରେ ଦୁବାଇରୁ ଫେରିଥିଲେ । ଏହି ସଂକ୍ରମିତ ଯୁବକ ଜଣକ...

ରିଲିଜ ହେଲା “ମୁସ୍କୁରାଏଗା ଇଣ୍ଡିଆ…ଫିର୍ ଜିତ ଜାଏଗା ଇଣ୍ଡିଆ’, ଭିଡିଓ ସେୟାର ବଲିଉଡ ଆକ୍ଟରଙ୍କୁ ସଲାମ ଜଣାଇଲେ ମୋଦି

ବିଶ୍ୱରେ କରୋନା ଭାଇରସର ପ୍ରକୋପକୁ ନଜର ରଖି ଫିଲ୍ମ ଜଗତର ଜଣାଶୁଣା ଅଭିନେତାଅଭିନେତ୍ରୀ ଏକଜୁଟ୍ ହୋଇଥିବା ଦର୍ଶାଇଛନ୍ତି । କରୋନାକୁ ନେଇ ଲୋକଙ୍କ ମଧ୍ୟରେ ଡରକୁ ଦୂର କରିବା ପାଇଁ "ମୁସ୍କୁରାଏଗା ଇଣ୍ଡିଆ...ଫିର୍...

Recent Comments

>