Home Astrology ଜାଣନ୍ତୁ, କାହିଁକି କରାଯାଏ କନ୍ୟାଦାନ

ଜାଣନ୍ତୁ, କାହିଁକି କରାଯାଏ କନ୍ୟାଦାନ

ଭାରତୀୟ ସଂସ୍କୃତିରେ କନ୍ୟାଦାନକୁ ମହାପୂଣ୍ୟ କୁହାଯାଇଥାଏ। ବିବାହ ସମୟରେ ବରଣମାଳା, ସାତଫେରା, ସିନ୍ଦୂର ଦାନ, ମଙ୍ଗଳସୂତ୍ର ପିନ୍ଧାଇବା ଆଦି ପରମ୍ପରା ପାଳନ କରାଯାଇଥାଏ। ଏହା ସହିତ ବିବାହରେ କନ୍ୟାଦାନ କରାଯାଏ। ଏହା ନ କରାଗଲେ ବିବାହ ସମ୍ପନ୍ନ ହୋଇ ନ ଥାଏ। ଭାରତରେ ଲୋକେ କନ୍ୟାକୁ ମାତା ଲକ୍ଷ୍ମୀଙ୍କ ସ୍ବରୂପ ଭାବେ ଗ୍ରହଣ କରିଥାନ୍ତି। ଘରେ କନ୍ୟା ସନ୍ତାନ ଜନ୍ମହେଲେ ଉତ୍ସବ ପାଳିତ ହୋଇଥାଏ। ବିଭିନ୍ନ ପୁରାଣ ଅନୁସାରେ ବିବାହରେ କନ୍ୟାଙ୍କୁ ଲକ୍ଷ୍ମୀ ଏବଂ ବରଙ୍କୁ ବିଷ୍ଣୁ ଭାବେ ଗ୍ରହଣ କରାଯାଇଥାଏ। କନ୍ୟାଦାନ ସମୟରେ ବିଷ୍ଣୁଙ୍କ ସ୍ବରୂପ ବର କନ୍ୟାପିତାଙ୍କ ସମସ୍ତ କଥାକୁ ସମ୍ମାନ ଜଣାଇ ସମସ୍ତ ସୁରକ୍ଷା ଦେବାକୁ ପ୍ରତିଶ୍ରୁତି ଦେଇଥାନ୍ତି। ପୁରାଣରେ କନ୍ୟା ଦାନକୁ ସମସ୍ତ ଦାନଠାରୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ଏହା  ସୌଭାଗ୍ୟ ବୋଲି ଅନେକ ବିଶ୍ୱାସ କରନ୍ତି। କନ୍ୟାଦାନ କରିବାର ସୁଯୋଗ ମିଳିଥିବା ମାତାପିତାଙ୍କର ସ୍ବର୍ଗପ୍ରାପ୍ତି ହୋଇଥାଏ ବୋଲି ଗରୁଡ଼ ପୁରାଣରେ ଉଲ୍ଲେଖ ରହିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ପୁଣି ଭାରତୀୟ ବ୍ୟାଟ୍ସମ୍ୟାନ ଫେଲ : ଦ୍ୱିତୀୟ ଟେଷ୍ଟରେ ୨୪୨ରେ ଅଟକିଲା

ଖ୍ରୀଷ୍ଟଚର୍ଚ୍ଚ ୨୯।୦୨: ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚରେ ୨ୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୨ୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ୨ଟେଷ୍ଟରେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ନ୍ୟୁଜିଲାଣ୍ଡ...

କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଦିନଟି ଶୁଭ ଫଳ ଦାୟକ ହେବ । ଗୃହ ଭୂମିରେ ଉନ୍ନତିି, ଉତ୍ତମ ବନ୍ଧୁ ସମ୍ପର୍କ, ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ କ୍ରୟ, ଅର୍ଥାଗମ, ଗୃହରେ ଅତିଥି ସମାଗମ ଓ ଦୂର...

ଶ୍ରୀଜିଉଙ୍କୁ ଦର୍ଶନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ପୁରୀ: ଗତକାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସକାଳ ୮ଟା ୧୦ରେ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ...

ପଡିଆକୁ ଫେରିଲେ ହାର୍ଦ୍ଦିକ : ଚୌକା-ଛକାର ବର୍ଷା କଲେ

ନୂଆଦିଲ୍ଲୀ : ଡିୱାଇ ପାଟିଲ ଟି-୨୦ କପରେ ବ୍ୟାଙ୍କ ଅଫ୍ ବରୋଦା ବିପକ୍ଷ ମ୍ୟାଚ୍ ରିଲାଏନ୍ସ-୧ ଟିମ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର ଓ ଶିଖର ଧାୱାନ ଆଜି ଖେଳିଛନ୍ତି ।...

Recent Comments

>