କେଉଁ ରାଶି ପାଇଁ କେଉଁ ଚାକିରୀ ଫିଟ୍ ଜାଣନ୍ତୁ

ମେଷ: ଏହି ରାଶିର ବ୍ୟକ୍ତିମାନେ ସାଧାରଣତଃ ସାହସୀ ଏବଂ ବୀର ସ୍ବଭାବର ହୋଇଥାନ୍ତି। ତେଣୁ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ପୋଲିସ, ସୈନ୍ୟ ତଥା ସୁରକ୍ଷାକର୍ମୀ ବୃତ୍ତି ଗ୍ରହଣ କରିବା ଲାଭପ୍ରଦ ହୋଇଥାଏ।
ବୃଷ: ଏମାନେ ସର୍ବଦା କାର୍ଯ୍ୟ କରିବାରେ ଶୃଙ୍ଖଳିତ ଏବଂ ଆନ୍ତରୀକ ଭାବ ପ୍ରକାଶ କରିଥାନ୍ତି। ଏମାନଙ୍କଠାରେ ସୃଜନଶୀଳ ଦକ୍ଷତା ବହୁମାତ୍ରାରେ ଭରି ରହିଥାଏ। ତେଣୁ ଏହି ରାଶିର ବ୍ୟକ୍ତିମାନଙ୍କୁ ଫ୍ୟାଶନ ଡିଜାଇନିଂ, ସିନେମାଟୋଗ୍ରାଫି, ପେଣ୍ଟର ଆଦି ବୃତ୍ତି ବେଶ ସୁହାଇଥାଏ।
ମିଥୁନ: ଏହି ରାଶିର ବ୍ୟକ୍ତିମାନେ ସୃଜନାତ୍ମକ ହେବା ସହ ମେଳାପି ସ୍ବଭାବର ହୋଇଥାନ୍ତି। ଲୋକଙ୍କ ସହ ଯୋଗାଯୋଗ ରକ୍ଷା କରିବାରେ ମାହିରଥିବା ଏହି ବ୍ୟକ୍ତିମାନେ ସାମ୍ବାଦିକତା, ଲେଖକ, ଗୀତିକାର ଆଦି ବୃତ୍ତି ଗ୍ରହଣ କରିବା ଆବଶ୍ୟକ।
କର୍କଟ: ଏହି ରାଶିର ବ୍ୟକ୍ତିମାନେ ଅନ୍ୟକୁ ସାହାଯ୍ୟ ସହଯୋଗ କରିବାକୁ ବିଶେଷ ଭଲପା’ନ୍ତି। ତେଣୁ ଏହି ବ୍ୟକ୍ତିମାନେ ସମାଜ ସେବା ଜନିତ କାର୍ଯ୍ୟ ଯଥା ଶିକ୍ଷକତା, ଡାକ୍ତରୀ ଆଦି ବୃତ୍ତିକୁ ଆପଣେଇବା ଦ୍ୱାରା ସଫଳତା ପାଇଥାନ୍ତି।
ସିଂହ: ସିଂହ ରାଶି ସର୍ବଦା ଶକ୍ତି, ସାହସୀକତା ଏବଂ ନେତୃତ୍ୱ ଗୁଣକୁ ଦର୍ଶାଇ ଥାଏ। ତେଣୁ ଏହି ରାଶିର ବ୍ୟକ୍ତି ରାଜନୀତି ବା ଚାରିଟେବୁଲ ଟ୍ରଷ୍ଟ ଜନୀତ କାର୍ଯ୍ୟ କରିବା ଦ୍ୱାରା ସଫଳତା ପାଇଥାନ୍ତି।
କନ୍ୟା: ଏହି ରାଶିର ବ୍ୟକ୍ତିମାନେ ଶୃଙ୍ଖଳିତ ଏବଂ ସୁବ୍ୟବସ୍ଥିତ ବ୍ୟକ୍ତି ସମ୍ପନ୍ନ ହୋଇଥାନ୍ତି। ତେଶୁ ଏହି ବ୍ୟକ୍ତିମାନେ ବ୍ୟାଙ୍କିଙ୍ଗ, ଆକାଉଣ୍ଟିଂ, ଗବେଷଣା ଆଦି କ୍ଷେତ୍ରରେ ବୃତ୍ତି ଚୟନ କରିବା ଉଚିତ।
Loading...
>