ଏହି ଉପାୟରେ ବିବାହ ବନ୍ଧନକୁ କରନ୍ତୁ ସୁଦୃଢ

ମୁଖ୍ୟତଃ ଦୁଇଟି ଗ୍ରହରର ପ୍ରଭାବରେ ବିବାହ ହୋଇଥାଏ ବୋଲି ମାନ୍ୟତା ରହିଛି । ଯୁବତୀଙ୍କ ବିବାହ ପାଇଁ ବୃହସ୍ପତି ଗ୍ରହର ମହତ୍ତ୍ବପୂର୍ଣ୍ଣ ରହିଥିବା ବେଳେ ଯୁବକଙ୍କ ପାଇଁ ଶୁକ୍ର ବିବାହ କାରକ ବୋଲି କୁହାଯାଏ । ବୈବାହିକ ଜୀବନ ଶୁକ୍ର ଉପରେ ମୁଖ୍ୟତଃ ନିର୍ଭର କରେ । ଜାତକରେ ଶୁକ୍ର ଗ୍ରହ ଖରାପ ସ୍ଥାନରେ ରହିଥିଲେ ବିବାହ ବନ୍ଧନ ମଜଭୁତ ହୋଇ ପାରିନଥାଏ । କିନ୍ତୁ ଯଦି ବୃହସ୍ପତି ଠିକ୍ ସ୍ଥାନରେ ଥାଏ ତେବେ କୌଣସିମତେ ବୈବାହିକ ବନ୍ଧନ ଯୋଡି ହୋଇ ରହିଥାଏ ।

ଜାଣନ୍ତୁ, ବିବାହ ବନ୍ଧନର ସମସ୍ୟା ପାଇଁ କେଉଁ ଗ୍ରହ ଦାୟୀ

ମଙ୍ଗଳ ସମ୍ପର୍କର କାରକ ଅଟେ । ଏହାର ଖାରାପ ପ୍ରଭାବରେ ସମ୍ପର୍କରେ ସମସ୍ୟା ଆସିଥାଏ । ବିବାହ ବନ୍ଧ ଭାଙ୍ଗିବାଠୁଁ ନେଇ ମକଦ୍ଦମା ପର୍ଯ୍ୟନ୍ତ କଥା ଚାଲିଯାଏ ।
ରାହୁ କାରଣରୁ ମଧ୍ୟ ଅନାବଶ୍ୟକୀୟ କାରଣରୁ ବିବାହ ଭଙ୍ଗିଥାଏ ।
ଶନି ଗ୍ରହ କାରଣରୁ ଅଧିକ ସମୟ ପରେ ସମ୍ପର୍କ ଭାଙ୍ଗିଥାଏ ।
ବୃହସ୍ପତି ଦୁର୍ବଳ ଥିଲେ ଅହଙ୍କାର କାରଣରୁ ସମ୍ପର୍କ ଭାଙ୍ଗିଥାଏ ।
ଶୁକ୍ର ଖରାପ ହେବା ଯୋଗୁଁ ବହୁତ ଶୀଘ୍ର ଉଚ୍ଚାଭିଳାଷ କାରଣରୁ ସମ୍ପର୍କ ଭାଙ୍ଗିଥାଏ ।

Loading...

ଜାଣନ୍ତୁ କେବେ ପତି-ପତ୍ନୀଙ୍କ ମଧ୍ୟରେ କଳହ ହୋଇଥାଏ

ଯଦି ଉଭୟଙ୍କ ଗ୍ରହ ମଧ୍ୟରେ ମିତ୍ରତା ନଥାଏ ।
ଯଦି ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କ ଜାତକରେ ଚନ୍ଦ୍ର-ରାହୁ କିମ୍ବା ସୂର୍ଯ୍ୟ-ରାହୁ ମଧ୍ୟରେ ସମ୍ବନ୍ଧ ଉତ୍ତମ ରହି ନଥାଏ ।
ଉଭୟଙ୍କ ମଧ୍ୟରୁ ଯଦି ଜଣଙ୍କ ଜାତକରେ ସୂର୍ଯ୍ୟ ଶନି ଗୋଟିଏ ସ୍ଥାନରେ ରହିଥାଏ ।

ଉପାୟ

ରୋଷେଇ ଘରେ ରାତିସାରା ଅଇଁଣ୍ଠା ବାସନ ରଖନ୍ତୁ ନାହିଁ ।
ଘରେ ଭଙ୍ଗା କାଚ ବା ଦର୍ପଣ ରଖନ୍ତୁ ନାହିଁ ।
ଘରେ ଗୋଲାପ ଫୁଲ ବାସ୍ନାର ଅଗରବତୀ ଜଳାନ୍ତୁ ।
ପତି-ପତ୍ନୀ ଦୁଇ ଜଣ ସାଥି ହୋଇ ମନ୍ଦିର ଅବଶ୍ୟ ଯାଆନ୍ତୁ ।
ଶୁକ୍ରବାର ଦିନ ଶିବ ଭଗବାନଙ୍କୁ କ୍ଷୀର ଅର୍ପଣ କରନ୍ତୁ ।
ଶୟନ କକ୍ଷରେ ରଙ୍ଗ ବେରଙ୍ଗର ଫୁଲ ଚିତ୍ର ଲଗାନ୍ତୁ ।
ଆଙ୍ଗୁଳିରେ ହୀରା ଧାରଣା କରନ୍ତୁ ନାହିଁ ।

Loading...
>